Work

ଇରଜ ଓଡଆ ଯନତରକ ଅନବଦ କଷତରର ବୟକରଣଗତ ପରତବନଧକ: ଏକ ଭଷତତତୱକ ବଶଲଷଣ

Year: 2026
Type: article
Abstract: ସାଂପ୍ରତିକ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା ଯୁଗରେ ଯାନ୍ତ୍ରିକ ଅନୁବାଦ ମାନବ ସମାଜ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା ପାଲଟିଛି । ବିଶେଷକରି ଇଂରାଜୀ ଭଳି ଏକ ଆନ୍ତର୍ଜାତୀୟ ଭାଷାରୁ ଓଡ଼ିଆ ଭଳି ଏକ ଶାସ୍ତ୍ରୀୟ ତଥା ଆଂଚଳିକ ଭାଷାକୁ ଜ୍ଞାନର ରୂପାନ୍ତରଣ କ୍ଷେତ୍ରରେ ଯାନ୍ତ୍ରିକ ଅନୁବାଦର ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ପ୍ରାକୃତିକ ଭାଷା ସସାଧନ କ୍ଷେତ୍ରରେ ଇଂରାଜୀ ଏବଂ ଓଡ଼ିଆ ଭାଷାର ଗଠନମୂଳକ ଓ ବ୍ୟାକରଣଗତ ଭିନ୍ନତା ଏକ ବଡ଼ ପ୍ରତିବନ୍ଧକ ସଜାଇଛି । ଇଂରାଜୀ ଏକ ଗଠନ ବିଶିଷ୍ଟ ଭାଷା ହୋଇଥିବା ସ୍ଥଳେ ଓଡ଼ିଆ ଏକ ଗଠନମୂଳକ ଭାଷା । ଏହା ବ୍ୟତୀତ ବିଭକ୍ତି, ଲିଙ୍ଗ, ବଚନ, କାଳ, ପୁରୁଷ ଏବଂ ରୂପତାତ୍ତ୍ୱିକ ବୈଚିତ୍ର୍ୟ ସାଙ୍ଗକୁ ବହୁଅର୍ଥବୋଧକ ଶବ୍ଦ ଓ ରୂଢ଼ି ପ୍ରୟୋଗ ମେସିନ୍ ପାଇଁ ଅନୁବାଦ କରିବାରେ ପ୍ରଧାନ ଅନ୍ତରାୟ ସୃଷ୍ଟି କରନ୍ତି । ଏହି ଗବେଷଣା ପ୍ରବନ୍ଧରେ ଇଂରାଜୀ-ଓଡ଼ିଆ-ଯାନ୍ତ୍ରିକ ଅନୁବାଦ ସମୟରେ ଉପୁଜୁଥିବା ପ୍ରମୁଖ ବ୍ୟାକରଣଗତ ପ୍ରତିବନ୍ଧକଗୁଡ଼ିକର ଏକ ସମୀକ୍ଷାତ୍ମକ ଭାଷାତାତ୍ତ୍ୱିକ ବିଶ୍ଲେଷଣ କରାଯାଇଛି ଏବଂ ଏହାର ସମ୍ଭାବ୍ୟ ସମାଧାନ ଦିଗରେ ଆଲୋକପାତ କରାଯାଇଛି ।
Language: English
Open Access status: green
OpenAlex ID: W7170710568
FWCI:
Cites:
Cited by:
Related to: