ପରମପରର ନଦବନଦର ନତୟମଗନ ଲକଜବନର ସତତର; ରଉତ ନତୟ
Year: 2026
Type: article
Abstract: ରାଉତ ନୃତ୍ୟ (ରାୱତ ନୃତ୍ୟ)ଛତିଶଗଡ଼ର ଯଦୁବଂଶୀ ବା ରାଉତ ସଂପ୍ରଦାୟର ଏକ ପ୍ରମୁଖ ଲୋକନୃତ୍ୟ, ଯାହା ସେମାନଙ୍କର ଧାର୍ମିକ ଆସ୍ଥା, ଗୋପାଳନ ସଂସ୍କୃତି ଓ ସାମୂହିକ ଜୀବନର ପ୍ରତୀକ । ଲୋକବିଶ୍ୱାସ ଅନୁସାରେ ଏହାର ସଂପର୍କ ଶ୍ରୀକୃଷ୍ଣ ଓ ଗୋପାଳ ପରଂପରା ସହିତ ଜଡ଼ିତ । ଦେବଉଠାନୀ ଏକାଦଶୀ ଓ ଦେବାରୀ ପର୍ବ ଅବସରରେ ଏହି ନୃତ୍ୟ ପାଳିତ ହୁଏ । ନୃତ୍ୟ ପୂର୍ବରୁ ଆଖଡ଼ାରେ ଅଭ୍ୟାସ ଏବଂ ଦେୱାଲାରେ ଦୁଲହଦେବଙ୍କୁ ପୂଜା କରାଯାଏ । ‘କଚ୍ଛନ’ ନାମକ ଆଧ୍ୟାତ୍ମିକ ପର୍ୟ୍ୟାୟରେ ନର୍ତ୍ତକମାନେ ଦେବୀୟ ଭାବାବେଶର ପ୍ରକାଶ କରନ୍ତି । ‘ସୁହାଇ’ ଓ ‘ସୁଖଧନ’ ପର୍ୟ୍ୟାୟ ମାଧ୍ୟମରେ ଗୋ-ସଂପଦ ଓ କୃଷି ପ୍ରତି କୃତଜ୍ଞତା ଜଣାଯାଏ । ଗୀତ, ଦୋହା, ବାଦ୍ୟ, ଲାଠି ଖେଳ ଓ ବୀରତ୍ୱପୂର୍ଣ୍ଣ କୌଶଳର ସମନ୍ୱୟରେ ରାଉତ ନୃତ୍ୟ ଲୋକଜୀବନ, ନୈତିକ ମୂଲ୍ୟବୋଧ ଓ ସାମୂହିକ ଏକତାର ସନେ୍ଦଶ ବହନ କରେ । ଏହା କେବଳ ଏକ ଲୋକନୃତ୍ୟ ନୁହେଁ ବରଂ ଛତିଶଗଡ଼ର ଲୋକସଂସ୍କୃତି, ଇତିହାସ ଓ ସାମାଜିକ ଅସ୍ମିତାର ଏକ ଅମୂଲ୍ୟ ଐତିହ୍ୟ । ରାଉତ ନୃତ୍ୟରେ ଗୀତ, ଦୋହା, ବାଦ୍ୟ, ଲାଠିଖେଳ ଓ ଅସ୍ତ୍ରକୌଶଳର ସୁନ୍ଦର ସମନ୍ୱୟ ଦେଖାଯାଏ । ଏଥିରେ ସନ୍ଥ କବିମାନଙ୍କ ବାଣୀ ସହ ଲୋକସମାଜର ଜୀବନଦର୍ଶନ, ନୈତିକ ମୂଲ୍ୟବୋଧ,ସାମାଜିକ ବ୍ୟଙ୍ଗ ଓ ଲୋକମଙ୍ଗଳକର ଚେତନା ପ୍ରତିଫଳିତ ହୁଏ । ଏହି ନୃତ୍ୟ ଗ୍ରାମୀଣ ସମାଜର ଭ୍ରାତୃତ୍ୱ,ସହଯୋଗ,ସାମୂହିକତା ଏବଂ ସାଂସ୍କୃତିକ ଐକ୍ୟର ଏକ ସଶକ୍ତ ମାଧ୍ୟମ ।
Author: ପଧାନ, ବାବୁଲୁ
Language: English
Topic: Arts and Performance Studies
Subfield: Visual Arts and Performing Arts
Field: Arts and Humanities
Domain: Social Sciences
Open Access status: green
OpenAlex ID: W7212291704
FWCI:
Cites:
Cited by:
Related to:
